Menu

ପ୍ରଥମ ବଂଶାବଳୀ 2

IRV

1 ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ;

2 ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍‍ ଓ ଆଶେର।

3 ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍‍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍‍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ।

4 ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ।

5 ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ।

6 ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍‍ ଓ ହେମନ ଓ କଲ୍‍କୋଲ୍‍ ଓ ଦେରା; ସମୁଦାୟ ପାଞ୍ଚ ଜଣ।

7 କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।

8 ପୁଣି, ଏଥନ୍‍ର ପୁତ୍ର ଅସରୀୟା।

9 ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍‍ ଓ କାଲୁବାୟ,

10 ପୁଣି, ରାମ୍‍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା।

11 ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;

12 ବୋୟଜ ଓବେଦ୍‍କୁ ଜାତ କଲା, ଓବେଦ୍‍ ଯିଶୀକୁ ଜାତ କଲା।

13 ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍‍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ;

14 ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;

15 ଷଷ୍ଠ ଓତ୍ସମ୍‍‍କୁ, ସପ୍ତମ ଦାଉଦଙ୍କୁ ଜାତ କଲା;

16 ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର।

17 ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା।

18 ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍‍ ଓ ଅର୍ଦୋନ୍‍, ଏମାନେ ଅସୂବାର ପୁତ୍ର।

19 ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା।

20 ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା।

21 ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା।

22 ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା।

23 ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।

24 ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍‍ହୂରକୁ ଜାତ କଲା।

25 ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍‍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍‍ ଓ ଅହୀୟ।

26 ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା।

27 ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର।

28 ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍‍ ଓ ଅବୀଶୂର।

29 ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍‍ ଓ ମୋଲୀଦକୁ ଜାତ କଲା।

30 ପୁଣି, ନାଦବ୍‍ର ପୁତ୍ର ସେଲଦ୍‍ ଓ ଅପ୍ପୟିମ୍‍; ମାତ୍ର ସେଲଦ୍‍ ନିଃସନ୍ତାନ ହୋଇ ମଲା।

31 ଆଉ ଅପ୍ପୟିମ୍‍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍‍। ଶେଶନ୍‍ର ପୁତ୍ର ଅହଲୟ।

32 ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା।

33 ପୁଣି, ଯୋନାଥନର ପୁତ୍ର ପେଲତ୍‍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ।

34 ଶେଶନ୍‍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍‍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା।

35 ଆଉ ଶେଶନ୍‍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା।

36 ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍‍କୁ ଜାତ କଲା,

37 ସାବଦ୍‍ ଇଫ୍‍ଲଲକୁ ଜାତ କଲା ଓ ଇଫ୍‍ଲଲ ଓବେଦ୍‍କୁ ଜାତ କଲା;

38 ଓବେଦ୍‍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;

39 ପୁଣି, ଅସରୀୟ ହେଲସ୍‍କୁ ଜାତ କଲା ଓ ହେଲସ୍‍ ଇଲୀୟାସାକୁ ଜାତ କଲା;

40 ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍‍କୁ ଜାତ କଲା;

41 ଶଲ୍ଲୁମ୍‍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା।

42 ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍‍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ।

43 ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍‍, ଶେମା।

44 ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍‍ ଶମ୍ମୟକୁ ଜାତ କଲା।

45 ଆଉ ଶମ୍ମୟର ପୁତ୍ର ମାୟୋନ୍‍; ମାୟୋନ୍‍ ବେଥ୍-ସୁରର ପିତା ଥିଲା।

46 ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା।

47 ଆଉ ଯେହଦୟର ପୁତ୍ର ରେଗମ୍‍ ଓ ଯୋଥମ୍‍ ଓ ଗେଶନ୍‍ ଓ ପେଲଟ୍‍ ଓ ଐଫା ଓ ଶାଫ୍‍।

48 ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।

49 ଆହୁରି ସେ ମଦ୍‍ମନ୍ନାର ପିତା ଶାଫ୍‍କୁ, ମଗ୍‍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍‍ଷା କାଲେବର କନ୍ୟା ଥିଲା।

50 କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍‍ କିରୀୟଥ୍‍-ଯିୟାରୀମ୍‍ର ପିତା;

51 ସଲ୍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା;

52 ଆଉ କିରୀୟଥ୍‍-ଯିୟାରୀମ୍‍ର ପିତା ଶୋବଲ୍‍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ।

53 ଆଉ କିରୀୟଥ୍‍-ଯିୟାରୀମ୍‍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ।

54 ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍‍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ।

55 ଆଉ ଯାବେଷ୍‍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍‍ଠାରୁ ଉତ୍ପନ୍ନ କେନୀୟ ଲୋକ।

Everything we make is available for free because of a generous community of supporters.

Donate