Menu

ଗୀତସଂହିତା 120

IRV

1 ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ।

2 ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋʼ ପ୍ରାଣକୁ ଉଦ୍ଧାର କର।

3 ହେ ପ୍ରବଞ୍ଚକ ଜିହ୍ୱେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ?

4 ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।

5 ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ। ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।

6 ଶାନ୍ତି ଘୃଣାକାରୀ ଲୋକ ସହିତ ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି।

7 ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।

Everything we make is available for free because of a generous community of supporters.

Donate